
ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସର ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତଭଣ୍ଡାର ଠାରେ ଜିଲ୍ଲା ରେଡକ୍ରସ, ରେଡକ୍ରସ ଭଲ୍ୟୁଣ୍ଟିୟରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ରକ୍ତ ଦାନ ଦିବସ ‘ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଦିବସ ଅଭିଯାନରେ ଉପସ୍ଥିତ ରହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ,ଏ ଡିଏମ ଡ଼ ଅଜୟ କୁମାର ବାହିନୀପତି, ଡେପୁଟି କଲେକ୍ଟର ତପତି ରାଜ, ଡ଼ ପୀତବାସ ନାୟକ, ଡ଼ ମୋନାଲିସା ସ୍ୱାଇଁ, ତତ ସହିତବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ବିଜେପି ନେତା ସନ୍ତୋଷପ୍ରଧାନ, ଦାମୋଦର ସାହୁ ଉପସ୍ଥିତ ଥିଲେ। ରେଡ଼କ୍ରସ ଭଲ୍ୟୁଣ୍ଟିର୍ସ ଫୋରମର ଉପଦେଷ୍ଟା ବିଭୁତି ଭୁଷଣ ପଟ୍ଟନାୟକ,କନଭେନର ସୁନିତା ରାଣୀ ମହାପାତ୍ର, ଯୁଗ୍ମ କନଭେନର ସୁଧାଂଶୁ ରଞ୍ଜନ ଦାସ, ଫୋରମର ସ୍ଵେଛାସେବୀ ତପନ କୁମାର ସାହୁ, ମାନସ କୁମାର ମହାପାତ୍ର ଓ ରକ୍ତ ଭଣ୍ଡାରର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ରହି ଏହି ଅଭିଯାନକୁ ଆଗେଇ ନେଇଥିଲେ, ରକ୍ତଦାନ ଦିବସରେ ୪୧ ଜଣ ସ୍ଵେଛାସେବୀ ଭାବେ ରକ୍ତଦାନ କରିଥିବାରୁ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।