ଓଡ଼ିଆ ସ୍କୁବା ଡାଇଭର ବାପା ଓ ଝିଅଙ୍କ ପୁଣି କମାଲ ।

ଦୁବାଇରେ ରହୁଥିବା ବାପଝିଅ ସ୍କୁବା ଡାଇଭିଂ କରି ଆଉ ଏକ ଅନନ୍ୟ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍‌ ସି-୧୩୦ ବିମାନ ନିକଟରେ ପହଞ୍ଚତ୍ଥିଲେ। କୁନି ସମୁଦ୍ର ବୁଡ଼ାଳି ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି ।ପ୍ରିୟଦର୍ଶୀ ଓ ତିସ୍ୟା ଦୁବାଇର ପ୍ରତିଷ୍ଠିତ ସ୍କୁବା ଡାଇଭର ଭାବେ ଜଣାଶୁଣା । ପ୍ରିୟଦର୍ଶୀ ଦୁବାଇରେ ଭାରତୀୟ ବହୁ ରାଷ୍ଟ୍ରୀୟ କଂପାନୀରେ କାର୍ଯ୍ୟରତ ଅଛନ୍ତି ।

ତିସ୍ୟା ଦୁବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ପୂର୍ବରୁ ସ୍କୁବା ଡାଇଭିଂ କରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବାପା, ଝିଅ ଯୋଡ଼ି ।ଲକ୍‌ହିଡ୍‌ ସି୦୧୩୦ ହର୍କୁଲସ୍‌ ବିମାନ ହେଉଛି ୪ ଇଞ୍ଜିନ୍‌ ବିଶିଷ୍ଟ ସାମରିକ ପରିବହନ ବିମାନ, ଯାହା ୫୦ ଦଶକରୁ ୭୦ରୁ ଊର୍ଦ୍ଧ୍ୱ ଦେଶର ସାମରିକ ପ୍ରତିଷ୍ଠାନ ପାଇଁ କାମ କରିଥିଲା। ସମୁଦ୍ରରୁ ଆବର୍ଜନା ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଉକ୍ତ ବିମାନ ୨୦୧୭ ନଭେମ୍ବର ୧୬ରେ ବୁଡ଼ିଯାଇଥିଲା।

ଅଧିକ ପଢନ୍ତୁ

kc ads