ଓଡ଼ିଶାକୁ ଆସିବ ୬୦୦ ଇ-ବସ୍‌

ପରିବେଶ ସୁରକ୍ଷା ପାଇଁ ଆଗକୁ ଇ-ବସ୍‌କୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜ୍ୟରେ ହଜାରେ ଇ-ବସ୍‌ର ଆବଶ୍ୟକତା ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ- ବସ ଆଣିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଶାକୁ ୪୦୦ ଇ-ବସ ପ୍ରଦାନ କରିବେ । ଏବେ ୨୫ଟି ଇ- ବସ ଆସୁଛି, ଯାହା ସମ୍ବଲପୁର କୁ ପ୍ରଦାନ କରାଯିବ । ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ- ବସ ପ୍ରଦାନ କରାଯିବ । ବର୍ତ୍ତମାନ ରାଜ୍ୟରେ ୪୦୦ ଇ-ବସ ଚାଲୁଛି ।ସୂଚନା ଥାଉକି ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି। କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ ପିଏମ-ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

ଅଧିକ ପଢନ୍ତୁ