ଓଡ଼ିଶାରେ ଆଉ ଖୋଲିବ ନାହିଁ ମଦ ଦୋକାନ

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ । ”ଓଡ଼ିଶାରେ ଚୋରା ମଦ ରୋକିବାକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆସନ୍ତା ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରାଯିବ। ସେଥିଲାଗି ସରକାର ଅବକାରୀ ନିୟମରେ ସମ୍ପୂର୍ଣ୍ଣ ପରିବର୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ । ଯେଉଁ ମଦନୀତି ଥିଲା, ସେଥିରେ କିଛି ସାବଲୀଳ କରାଯିବ । ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଅଧିକ ପଢନ୍ତୁ