ଓଡ଼ିଶାରେ ତିଆରି ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

୨୬ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ବାୟୁସେନା ଲାଗି ୨୪୦ଟି ଜେଟ୍ ଇଞ୍ଜିନ ତିଆରି କରିବ HAL। ଏହି ପ୍ରସ୍ତାବକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି। ଏନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ।ଏହି ଏରୋଇଞ୍ଜିନ୍ ଗୁଡ଼ିକ ହାଲ୍ ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ଏସ୍‌ୟୁ-୩୦ ଫ୍ଲିଟ୍ ର ପରିଚାଳନା କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି। ଚୁକ୍ତିଭିତ୍ତିକ ହସ୍ତାନ୍ତର କାର୍ଯ୍ୟସୂଚୀ ଅନୁଯାୟୀ ହାଲ୍ ବାର୍ଷିକ ୩୦ଟି ଏରୋ ଇଞ୍ଜିନ୍ ଯୋଗାଣ କରିବ ।

ଆସନ୍ତା ୮ ବର୍ଷ ମଧ୍ୟରେ ସମସ୍ତ ୨୪୦ଟି ଇଞ୍ଜିନର ଯୋଗାଣ ଶେଷ ହେବ।ଉତ୍ପାଦନ ସମୟରେ ଏମଏସଏମଇ ଏବଂ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକୁ ସାମିଲ କରି ଦେଶର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମର ସହାୟତା ନେବାକୁ ହାଲ୍ ଯୋଜନା କରିଛି। ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ ସୁଦ୍ଧା ହାଲ୍ ୫୪% ରୁ ଅଧିକ ହାରାହାରି ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱଦେଶୀକରଣ ପରିମାଣକୁ ୬୩% ପର୍ଯ୍ୟନ୍ତ ବୃଦ୍ଧି କରିବ। ଏହା ଏରୋ-ଇଞ୍ଜିନର ମରାମତି ଏବଂ ଓଭରହୋଲ କାର୍ଯ୍ୟରେ ସ୍ୱଦେଶୀ ଉପାଦାନକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ।

ଅଧିକ ପଢନ୍ତୁ

Odisha Darpan Digital