ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନିମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ପିଏମ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାର ପ୍ରୋଗେସ ସ୍ଲୋ ଅଛି । ସେଥିପାଇଁ ନିଷ୍ପତ୍ତି ନିଆଯାଇଛି , ଏଣିକି ପ୍ରତି ମାସ ରେ ରିଭ୍ୟୁ କରାଯିବ । ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନିଙ୍କ ସହ ବୈଠକ ହେବ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ ସୂର୍ଯ୍ୟ ଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ ଦିଆ ଯାଇଥିଲା । କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆ ଯାଇ ପାରିଛି । ତେଣୁ ନିଷ୍ପତ୍ତି ହୋଇଛି ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ।
