ଓଡ଼ିଶାରେ ନାରୀ ଅସୁରକ୍ଷିତ ନେଇ କଲେଜ କ୍ୟାମ୍ପସରେ ବିଜେଡିର ସୁରକ୍ଷା ପ୍ରତିବାଦ

ଏବେ ରାଜ୍ୟରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣ ଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି । ଏହା ବିରୋଧରେ ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡ଼ିର ଅଲ ଓଡିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଆଜି ବେଲଗଡ଼ ପିଏନ କଲେଜ ସମ୍ମୁଖରେ ବିଜେଡି କରିଛି ପ୍ରତିବାଦ । ଶତାଧିକ କଲେଜ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।୫୭ ନମ୍ବର ଜାତୀୟ ରାଜପଥ କୁ କଲେଜ ସମ୍ମୁଖରେ ଟାୟାର ଜାଳି କୁଶପୁତ୍ତଳିକା ଜାଳି ପ୍ରତିବାଦ କରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି। ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି। ବିଜେପି ସରକାରକୁ ଆସିବ ଦିନଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା। ସରକାର ସଜାଗ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆନ୍ଦୋଳନରେ ଚେତାବନୀ ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads