ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ |ରାଜ୍ୟରେ ଆୟୋଜିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି ।ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ ବି ଲାଗେ । କମ୍ ପାଣି ଓ ଖରାପ ମାଟିରେ ଏହା ମଧ୍ୟ ଉତ୍ପାଦନ ହୋଇପାରିବ । ଆଗାମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ପ୍ରସାସ କରାଯାଉଛି। ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି । ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ କାର୍ଯ୍ୟ କରିବାର ଅଛି ।
