ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିବେ। ୧୯୯୪ ପରେ ପ୍ରଥମ ଥର ଓଡିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ । ବିଧାନସଭା କମିଟି ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ଓ ୪ ବିଧାୟକ ଯୋଗଦେବେ । ଏସସି- ଏସଟି ଉନ୍ନୟନ ସଂସଦୀୟ କମିଟିର ୩୦ ସଦସ୍ୟ ଯୋଗଦେବା କାଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ୨୯ ଓ ୩୦ ତାରିଖ ୨ ଦିନ ଚାଲିବ ଜାତୀୟ ସମ୍ମିଳନୀ ।ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ। ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ। ଏ ନେଇ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ।
