ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ୱୀପରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ।ସେପଟେ ଚଳିତବର୍ଷ ପରେଡ୍ରେ ଆର୍ମି, ବିଏସ୍ଏଫ୍ ଓ ପୋଲିସ ସାମିଲ ହେବେ । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍ରେ ସାମିଲ ହେବେ । ସେପଟେ ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ଏଡିଜି ସଂଜୟ କୁମାର ।ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଗ୍ରୁପ ସାମିଲ ହେବେ। ପରେଡ୍ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ସିସିଟିଭି ନଜରରେ ରହିବ। ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।