ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକୁ ନଜରରେ ରଖିବାକୁ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।
ଖାସ୍ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଅଧିନରେ ଥିବା ୯ଟି ସମୁଦ୍ର ତଟବର୍ତ୍ତୀ ଥାନାକୁ ସ୍ବତନ୍ତ୍ର ଫୋର୍ସ ବ୍ୟବସ୍ଥାର କରାଯାଇଛି । ସେହିପରି ତଟବର୍ତ୍ତୀ ଅଞ୍ଚଳରେ କିପରି ସୁରକ୍ଷା ବ୍ୟବସ୍ଥା ରହିଛି । ସେନେଇ ଆଜି ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଯେଉଁଠାରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା ହେବ । ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି। ଏଥିପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ କଡ଼ା ନଜର ରଖାଯାଇଛି ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି।