ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ପାଖକୁ ଯାଇନାହିଁ ପ୍ରସ୍ତାବ

ଓଡ଼ିଶାର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ ।ସଂସଦରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ | ମନ୍ତ୍ରୀଙ୍କ କହିବା କଥା ଯେ କେନ୍ଦ୍ର ସରକାରଙ୍କ ପାଖକୁ ୧୭ଟି ପ୍ରସ୍ତାବ ବିଭିନ୍ନ ରାଜ୍ୟରୁ ଆସିଛି | ପ୍ରକଲ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଛନ୍ତି |ଗୋଟିଏ ପଟେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟରେ ଘନଘନ ବୈଠକ ବସୁଥିବା ବେଳେ କେନ୍ଦ୍ରକୁ ପ୍ରସ୍ତାବ ଯାଇନଥିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଦେଖିବା ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ମେଟ୍ରୋ ରେଳ ପ୍ରକଳ୍ପ’ ଗମନାଗମନ ସେବାରେ କିଭଳି ନୂତନ ରୂପାନ୍ତରଣ ଆଣିବ ଓ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବରେ ସଫଳ ରୂପରେ କାର୍ଯ୍ୟାନ୍ବିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କିପରି ସ୍ଥାୟୀ ସମନ୍ୱୟ ହେବ,ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital