ଓଡ଼ିଶାରେ ମୋଟ ବାଘ ସଂଖ୍ୟା ୩୦। ଏହା ସହ ଅଛନ୍ତି ଆଉ ୮ଟି ଛୁଆ।

ରାଜ୍ୟର ବାଘ ଗଣନା ରିପୋର୍ଟ ସାମ୍ନାକୁ ଆସିଛି ।ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍‌ ବୟସର ୮ଟି ଶାବକ ରହିଛନ୍ତି। ତେବେ ୨୭ଟି ବାଘକୁ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି। ଏହି ୩ଟି ବାଘକୁ ମିଶାଇ କେବଳ ଶିମିଳିପାଳରେ ୨୭ଟି ବାଘ ରହିଛନ୍ତି। ଏଥିମଧ୍ୟରୁ ୧୪ଟି ମାଈ ଓ ୧୦ଟି ଅଣ୍ଡିରା ହୋଇଥିବାବେଳେ ବାକି ୩ଟି ସମ୍ପର୍କରେ ତଥ୍ୟ ମିଳିପାରିନାହିଁ। ସେହିଭଳି କେନ୍ଦୁଝର ଟେରିଟୋରିଆଲ ଓ କେନ୍ଦୁଝର ଓ୍ବାଇଲ୍ଡଲାଇଫ୍‌, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ପାରଳାଖେମୁଣ୍ଡି ଟେରିଟୋରିଆଲରେ ଗୋଟିଏ ଲେଖାଏ ଅଣ୍ଡିରା ବାଘ ଦେଖାଯାଇଛି।

ତେବେ କ୍ୟାମେରା ଟ୍ରାପ୍‌ରେ ଠାବ ହୋଇଥିବା ୨୭ ବାଘ ମଧ୍ୟରୁ ୧୪ଟି ମାଈ, ୧୩ଟି ଅଣ୍ଡିରା ବାଘ ରହିଛନ୍ତି। ସେହିଭଳି ୧୩ଟି ମେଲାନିଷ୍ଟିକ ବା କଳାବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଶିମିଳିପାଳରେ ଦେଖାଯାଇଥିବା ଏହି ୧୩ଟି କଳାବାଘ ମଧ୍ୟରେ ୭ଟି ମାଈ ଓ ୬ଟି ଅଣ୍ଡିରା ରହିଥିବା ସୂଚନା ଦିଆଯାଇଛି।ରାଜ୍ୟରେ ବାଘ ଗଣନା ଲାଗି ମୋଟ ୧୪୩୨ଟି କ୍ୟାମେରା ବ୍ୟବହାର ହୋଇଥିବାବେଳେ ୨୦୨୩ ଅକ୍ବୋବର ୧୫ରୁ ଗତ ୧୦ ଫେବ୍ରୁଆରୀ ଯାଏ କ୍ଯାମେରା ଜରିଆରେ ବାଘଙ୍କ ଗତିବିଧି ଅନୁଧ୍ୟାନ କରାଯାଇଥିଲା। ବାଘ ଗଣନା ପ୍ରକ୍ରିୟା ୪୭ଟି ଡିଭିଜନରେ କରାଯାଇଥିଲା।

ଅଧିକ ପଢନ୍ତୁ

kc ads