ଓଡିଶାରେ ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ପାଇଁ ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଉପବାଚସ୍ପତି ଭବାନୀ ଭୋଇ । ଓଡିଶା ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟି ସୋସିଆଲ ଆକ୍ଟିଭିଟି ଆକ୍ଟ ଆଣିବାକୁ ଦାବି ରଖିଛନ୍ତି ।ସେ କହିଛନ୍ତି , ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ନ୍ତୁ ସରକାର । ରାଜ୍ୟରେ ବଢ଼ୁଛି ଅପରାଧ , ସାମ୍ନାକୁ ଆସୁଛି ଚୋରି, ନାରୀ ନିର୍ଯାତନା ମାମଲା । ଅପରାଧ ପ୍ରବଣର ଅପବାଦ ମୁଣ୍ଡାଇଲାଣି ଓଡ଼ିଶା ।ଅପରାଧୀଙ୍କୁ ଦମନ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ।ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ। ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା।ଓଡିଶାରେ ଚୋରି , ଡକାୟତି, ଦାଦାବଟି , ନିଶା କାରବାର ରୋକିବାକୁ ଆଇନ ଆସୁ । ବର୍ତ୍ତମାନ ଆଇନରେ ଥିବା ଗଳାବାଟ ଦେଇ ଖସିଯାଉଛନ୍ତି, ଅପରାଧୀ । ତେଣୁ ୟୁପି ଶୈଳୀରେ ଗ୍ୟାଙ୍ଗଷ୍ଟର ନିରୋଧୀ ଆଇନ ପାଇଁ ଦାବି ।
