ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଥମ ସେସନରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ ଶ୍ରୀ କୁମାର ମଙ୍ଗଲମ୍ ବିର୍ଲା ଓ ପାର୍ଲେ ଆଗ୍ରୋ ସିଇଓ ଏବଂ ଆଭାଡା ଗ୍ରୁପ୍ ସହ ବୈଠକ କରି ସାମ୍ନାସାମ୍ନି ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଓଡ଼ିଶାରେ ୩୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ହିଣ୍ଡାଲ୍କୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହା ଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ ସାଙ୍ଗକୁ ନିଯୁକ୍ତି ସୃଷ୍ଟି କରିବ। ଆଲୋଚନା ବେଳେ ରାୟଗଡ଼ା, ସମ୍ବଲପୁର ଏବଂ ହୀରାକୁଦରେ ଏକାଧିକ ପ୍ଲାଣ୍ଟ କରିବାକୁ ମଧ୍ୟ ଯୋଜନା କରାଯାଇଥିବା ଜଣାପଡିଛି। ତେବେ ମୁମ୍ବାଇରୁ ଓଡିଶାରେ ଘୋଷଣା କଲା ବେଦାନ୍ତ ଲିମିଟେଡ଼ । ଆଲୁମିନା ରିଫାଇନାରୀ ଓ ଆଲୁମିନା ପ୍ଲାଣ୍ଟ ପ୍ରତିଷ୍ଠାରେ ଖର୍ଚ୍ଚ ହେବ ପୁଞ୍ଜି । ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶକୁ ଆଗେଇ ନିଆଯିବ । ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଏହା ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ ।