ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ । ଓଡ଼ିଶାରେ ଜେଏସଡବ୍ଲ୍ୟୁ କରିବ ବିଦ୍ୟୁତ ଯାନ ନିର୍ମାଣ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ । ୧୧ ହଜାର ନିଯୁକ୍ତି ସୃଷ୍ଟି ହେବ । ୩ ବର୍ଷ ଭିତରେ ଏହା କାର୍ଯ୍ୟକ୍ଷମ ହେବ । ଅକ୍ଟୋବରରେ ଏହାର ଶିଳାନ୍ୟାସ ହେବ ।
ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନ ଉତ୍ପାଦନ ହେବ ।ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଇଭି ଲାଗି ପ୍ରକ୍ରିୟା ଚାଲିଛି । ଏନେଇ ଶିଳ୍ପ ବିଭାଗ, ଇପିକଲ ତରଫରୁ ମାନୁଫାକଚରରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।