ଘୂର୍ଣ୍ଣିଝଡ଼ ‘ଦ୍ବିତା’ ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ତାପମାତ୍ରା ବଢିବା ସହ ଶୀତ କମିବ । ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ।ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଯାଇଥିବା ବେଳେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବ। ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ପୂର୍ବାନୁମାନରେ ପାଗ ସାଧାରଣତଃ ଶୁଖିଲା ରହିବ। ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି।ଆଜି (ମଙ୍ଗଳବାର) ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସାମାନ୍ୟ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ।
