ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ ।

ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ । ରାଜ୍ୟରେ ଦୁଇଟି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି । ତେବେ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର । ଦୁହେଁ ପଚାରିଥିଲେ ଯେ, ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ ଖଣି ଉପରେ କେଉଁ ରିପୋର୍ଟ ଦେଉଛନ୍ତି? ଏହାର ଉତ୍ତରରେ ମନ୍ତ୍ରୀ ରାଜ୍ୟର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଥିବା ସୂଚନା ଦେଇଛନ୍ତି । ଦେବଗଡ଼ ଜିଲ୍ଲାର ଆଡ଼ାସ- ରାମପଲ୍ଲୀ ଓ କେନ୍ଦୁଝରର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରେ ସୁନାଖଣି ଥିବାର ସନ୍ଧାନ ମିଳିଛି । ଦେବଗଡ଼ରେ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା- GSI ଦ୍ବାରା G-2ସ୍ତରର ଅନୁସନ୍ଧାନ ସରିଛି ।

ସେହିପରି କେନ୍ଦୁଝରରେ ଜିଏସଆଇ ଓ ରାଜ୍ୟ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସହଭାଗିତାରେ G-2ସ୍ତରର ଅନୁସନ୍ଧାନ କାର୍ଯ୍ୟ ଚାଲୁରହିଛି । ଅନୁସନ୍ଧାନକାରୀ ସଂସ୍ଥା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଅଧିକ ପଢନ୍ତୁ

Odisha Darpan Digital