ଓଡ଼ିଶାର ପରବର୍ତ୍ତି ନୂଆ ପୁଲିସ ମହାନିର୍ଦେଶକ ହୋଇପାରନ୍ତି ଯୋଗେଶ ବାହାଦୂର ଖୁରାନିଆ

କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।। ୧୯୯୦ ବ୍ୟାଚ ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଫିସର, ବର୍ତ୍ତମାନ ବିଏସଏଫ ସ୍ପେଶାଲ ଡିଜି (ଅପରେସନ) ଅଛନ୍ତି ।

ସୂଚନାଥାଉକି, ଓଡ଼ିଶାରେ ଥିବା ସମୟରେ ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ଏସପି ଭାବରେ କାର୍ଯ୍ୟ କରିଛନ୍ତି। ଏହା ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ଡିଆଇଜି, ଭୁବନେଶ୍ବର-କଟକ ଅତିରିକ୍ତ ପୋଲିସ କମିଶନର ଏବଂ ପୋଲିସ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି।

ଅଧିକ ପଢନ୍ତୁ