ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ :ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭୁବନେଶ୍ବରର ଜନତା ମଇଦାନରେ ଚାଲିଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟ ସମ୍ମିଳନୀ କୁ ଉଦ୍‌ଘାଟନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ପ୍ରବାସୀ ଭାରତୀୟଙ୍କୁ ମଞ୍ଚ ଉପରେ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଭୁରପୁର ଓଡ଼ିଶା । ଯାହା ଆପଣମାନଙ୍କୁ ପୁଞ୍ଜିନିବେଶରେ ପ୍ରଚୁର ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ।

ପୁଞ୍ଜିନିବେଶ ପାଇଁ ପ୍ରବାସୀମାନେ ଓଡ଼ିଶାକୁ କାହିଁକି ପସନ୍ଦ କରିବେ, ତାହା ଦର୍ଶାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଦେଶର ଦ୍ୱିତୀୟ ଖଣିଜ ପଦାର୍ଥ ବହୁଳରାଜ୍ୟ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଓଡ଼ିଶା ଦେଶର ସବୁଠୁ ଶାନ୍ତ ରାଜ୍ୟ। ସ୍ଥିର ସରକାର ଦେବାରେ ଓଡ଼ିଶାର ଇତିହାସ ଅଛି, ଯୋଗାଯୋଗ ପାଇଁ ଓଡ଼ିଶାରେ ଆକର୍ଷଣୀୟ ଭିତ୍ତିଭୂମି ଅଛି। ପର୍ଯ୍ୟାପ୍ତ ରେଳ, ବନ୍ଦର, ବିମାନ, ସଡ଼କ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ବିଶେଷ କରି ଶିଳ୍ପ ଉପଯୋଗୀ କୁଶଳୀ ଓ ଅଣକୁଶଳୀ ସମ୍ବଳ ଅଛି। ଆପଣମାନେ ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଅଧିକ ପଢନ୍ତୁ