ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ (GM), ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (PSM) ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ (MSM) ପ୍ରଦାନ କରାଯିବ। ତେବେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ୍ପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।
