ଓଡ଼ିଶାର ୭ ଜିଲ୍ଲାରେ ଏବେ ବି ସକ୍ରିୟ ଅଛନ୍ତି ମାଓବାଦୀ

ଭାରତରେ ମୋଟ୍ ୩୮ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି। ଏଥିରୁ ଓଡ଼ିଶାରେ ୭ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଜାରି ରହିଛି। ରାଜ୍ୟରେ ୬୦ରୁ ୭୦ ମାଓବାଦୀ ସକ୍ରିୟ ଅଛନ୍ତି। ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର।ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ପ୍ରୟାସ। ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ । ବିଏସଏଫ୍ ରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଓଡ଼ିଶା ବିଏସଏଫ୍ ଆଇଜି ।

ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ କହିଛନ୍ତି ୨୦୧୦ରେ ଓଡ଼ିଶାର କୋରାପୁଟ ଓ ମାଲକାନଗିରିରେ ମାଓବାଦୀ ଗତିବିଧି ଚରମରେ ଥିବା ବେଳେ ବିଏସଏଫ ଓଡ଼ିଶା ପୋଲିସ ସହ ମିଶି ମାଓ ଦମନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ଅନେକ ଗୁରୁତ୍ଵପୂର୍ଣ୍ଣ ଅପରେସନରେ ସାମିଲ ଥିଲା ବିଏସଏଫ। ୨୦୦୪ କୋରାପୁଟ ପୋଲିସ୍ ଉପରେ ଆକ୍ରମଣ, ୨୦୦୬ମୋଟୁ ପୋଲିସ୍ ପୋଷ୍ଟ ଆକ୍ରମଣ ଏବଂ ୨୦୦୯ ଦାମନଯୋଡିରେ ସିଏସ୍ଏଫ୍ ଆମ୍ବୁସ୍ ଭଳି ଘଟଣା ଓୀଡ଼ିଶାକୁ ଦୋହଲରାଇ ଦେଇଥିଲା।

ଅଧିକ ପଢନ୍ତୁ