ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ

ମରିସସରୁ ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୁଜ ଜଗୁରନାଥ । ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି । ମରିସସରେ ରହୁଥିବା ରାମରୁଜ ଜଗୁରୁନାଥ ତାଙ୍କ ପୂର୍ବଜ ଓଡିଶାର ଯାଜପୁର ଜିଲ୍ଲାରୁ ମରିସସକୁ ପଳାଇଥିବା ବିଶ୍ବାସ କରନ୍ତି । ସେଥିପାଇଁ ସେ ଧାଇଁ ଆସିଛନ୍ତି ବିରଜା କ୍ଷେତ୍ର ଯାଜପୁରକୁ । ଆଜି ଜିଲ୍ଲାର ବ୍ରାହ୍ମଣ ବାଡ ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରି ସେମାନଙ୍କ ପୁର୍ବଜ ସମ୍ପର୍କ ରେ ପଚାରି ବୁଝିଥିଲେ। ପ୍ରଥମ ଦିବସରେ ସେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ କ୍ଷେତ୍ରେଶ୍ବରୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ଆଉ ବିଭିନ୍ନ ମଠମନ୍ଦିର ବୁଲି ଦିଅଁଦେବତାଙ୍କୁ ଦର୍ଶନ କରିଛନ୍ତି ।

ରାମରୁଜ ଜଗୁରନାଥ ଏଠାରେ ପ୍ରାୟ ୮ ଦିନ ରହି ଗାଁ ରେକର୍ଡ, ପରିଚୟ ପତ୍ର ଓ ପୁରୁଣା ସୂଚନା ଖୋଜିବେ । ଏହା ସମ୍ଭବତଃ ତାଙ୍କ ପାଇଁ ନୂତନ ପରିଚୟ ଆଣି ଦେବାର ନିର୍ଣ୍ଣୟାକ ସ୍ଥିତି ଖୋଜି ବାହାର କରିବ । ରାମରୁଜଙ୍କ ପାଖରୁ ମିଳିଥିବା କିଛି ତଥ୍ୟରେ କୁହାଯାଇଛି ଯେ, ତାଙ୍କର ୫ପିଢ଼ିର ପୂର୍ବଜ ମାନେ ଆର୍ଥିକ ରୋଜଗାର ବା ଅନ୍ୟକିଛି କାରଣରୁ ଦେଶ ରାଜ୍ୟ ଛାଡି ସୁଦୂର ମରିସସକୁ ପଳାଇଥିଲେ । ଏବଂ ସେବେ ଠାରୁ କୌଣସି ବି ପରବର୍ତ୍ତୀ ପିଢ଼ି ଆଉ ଯାଜପୁରକୁ ଫେରିନାହାନ୍ତି ।୨୦୧୨ ମସିହାରୁ ଚଳିତଥରକୁ ମିଶାଇ ସେ ୪ ଥର ଓଡ଼ିଶା ଆସି ସାରିଲେଣି ରାମରୁଜ

ଅଧିକ ପଢନ୍ତୁ

Odisha Darpan Digital