ଓଡ଼ିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସନ୍ଦୀପ ପଟ୍ଟନାୟକ

ଓଡ଼ିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ସନ୍ଦୀପ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମାନବ ସମ୍ବଳ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକ ବିକାଶ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟର ଅଭିଜ୍ଞତା ରହିଅଛି | ଓଏଚପିସିରେ ଯୋଗଦେବା ପୂର୍ବରୁ ସନ୍ଦୀପ ପଟ୍ଟନାୟକ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ର ମାନବ ସମ୍ବଳ ଏବଂ ଦକ୍ଷତା ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି।

ସନ୍ଦୀପ ପଟ୍ଟନାୟକ ଏରୋସ୍ପେସ ଏବଂ ଆଭିଏସନ ସେକ୍ଟର ସ୍କିଲ କାଉନସିଲର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର କର୍ମମୟ ଜୀବନ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ଼ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବରେ ଆରମ୍ଭ ହୋଇଥିଲା।ସନ୍ଦୀପ ପଟ୍ଟନାୟକ ମାନବ ସମ୍ବଳ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି | ଏତଦବ୍ୟତୀତ ସନ୍ଦୀପ ପଟ୍ଟନାୟକ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଯେପରିକି ଆଇଆଇଏମ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଏବଂ ଏକ୍ସଏଲଆରଆଇରୁ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି | ସନ୍ଦୀପ ପଟ୍ଟନାୟକଙ୍କର ବୃତ୍ତିଗତ ସଫଳତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ପ୍ରଶାସନିକ ଉତ୍କର୍ଷ ପୁରସ୍କାର, ପବ୍ଲିକ ସେକ୍ଟର ନେତୃତ୍ୱ ପୁରସ୍କାର, ରୋଟାରୀ ଆନ୍ତର୍ଜାତିକ ପୁରସ୍କାର ଏବଂ ଭାସେନ୍ଦୁ ଭାରତୀ ପୁରସ୍କାରରେ ସମ୍ମାନୀତ କରାଯାଇଛି |

ଅଧିକ ପଢନ୍ତୁ

kc ads