ଓଡ଼ିଶା ଡିଜିପି ଓ ନୟାଗଡ଼ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ‘ଏକ୍ସ’ରେ ଧମକ ଦେଲେ ମହୁଆ ମୋଇତ୍ରା

ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ ବାହାର କରିଦେଇଛି, ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତାର ପ୍ରମାଣ (ଆଧାର ଓ ଭୋଟର ଆଇଡି) ଥିଲା।ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। ମହୁଆଙ୍କ ଟୁଇଟ୍‌ର କଡ଼ା ଜବାବ ରଖିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ଜଣେ ସାଂସଦ ଏଭଳି କହିବା ଗ୍ରହଣୀୟ ନୁହେଁ କହିଲେ ବିଧାୟକ। ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କୁ ଭର୍ତ୍ତି କରୁଛି କିଏ ବୋଲି ପ୍ରଶ୍ନ କଲେ ସନ୍ତୋଷ।ସାଂସଦ ମୋଇତ୍ରା ପୋଲିସ୍ ଅଧିକାରୀମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି ଯେ ଏହି ମାମଲାକୁ କୋର୍ଟରେ ଉଠାଯିବ। ସେ କହିଛନ୍ତି, “ବିଧିଗତ ଭାବେ ରୋଜଗାର କରୁଥିବା ବଙ୍ଗାଳୀଙ୍କୁ ବାହାର କରିବାର ଅଧିକାର ଆପଣଙ୍କର ନାହିଁ।”

ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସ ପୂର୍ବରୁ ମଧ୍ୟ ଓଡ଼ିଶା ପୋଲିସ୍ ବଙ୍ଗାଳୀ ଭାଷାଭାଷୀ ପ୍ରବାସୀ ଶ୍ରମିକମାନଙ୍କୁ ହଇରାଣ ଓ ଅଟକ ରଖୁଥିବା ଅଭିଯୋଗ କରିଥିଲା, ଯାହାକୁ ରାଜ୍ୟ କର୍ତ୍ତୃପକ୍ଷ ଖାରଜ କରିଦେଇଛନ୍ତି।

ଅଧିକ ପଢନ୍ତୁ