ଓଡ଼ିଶା ପୁଲିସ ଡିଜି (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଓଡ଼ିଶା ପୁଲିସ ଡିଜି (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଦୌଡ଼ିରେ ରହିଛନ୍ତି ୩ ବରିଷ୍ଠ ପୁଲିସ ଅଧିକାରୀ। ତେବେ ସୋମବାର ୩ ଆଇପିଏସଙ୍କୁ ଚିଠି ପଠାଯାଇଛି। ସେମାନଙ୍କୁ ନିଜ ବାୟୋଡାଟା ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ୧୯୮୮ ବ୍ୟାଚ IPS ଏ.କେ ରାୟ, ୧୯୮୯ ବ୍ୟାଚ IPS ଏସ.ଏମ ନରୱାଣେ, ୧୯୯୦ ବ୍ୟାଚ IPS ୱାଇ.ବି ଖୁରାନିଆଙ୍କୁ ଚିଠି ପଠାଯାଇଛି। ଏହି ୩ଜଣ ବାୟୋଡାଟା ଦେବା ପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ କମିଟିଙ୍କୁ ଏହି ତଥ୍ୟ ପଠାଇବ ବୋଲି ଜଣାପଡିଛି।ଉଲ୍ଲେଖଯୋଗ୍ୟ, ନିକଟରେ ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ କରିଥିଲେ।

ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରୁ ଯେଉଁ ଅଧିକାରୀମାନେ ବାହାରକୁ ଡେପୁଟେସନରେ ଯାଇଛନ୍ତି ସେମାନଙ୍କ ସହିତ ସେ ବୈଠକ କରିଛନ୍ତି। ଏହି ବୈଠକରେ ବାହାର ରାଜ୍ୟରେ ନିଯୁକ୍ତ ଓଡ଼ିଆ ଅଧିକାରୀମାନ(ଆଇଏଏସ, ଆଇପିଏସ)ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାର ବିକାଶ ଲାଗି ଓଡ଼ିଆ ଅଧିକାରୀମାନଙ୍କ ଗୁରୁତ୍ଵକୁ ଦୃଷ୍ଟିରେ ରଖି ଟିମ୍‌ ଓଡ଼ିଶା ଗଠନ କରି କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ନିତି ଆୟୋଗ ବୈଠକ ପରେ ଖୁରାନିଆଙ୍କୁ କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଛନ୍ତି।

ଅଧିକ ପଢନ୍ତୁ