ଆଦାନୀକୁ ନେଇ ଆମେରିକା ରିପୋର୍ଟ ପରେ ବଢିବାରେ ଲାଗିଛି ଅଦାନୀ ଗ୍ରୁପର ସମସ୍ୟା । କେନିଆ ଆଦାନୀ ସହ କରିଥିବା ଦୁଇଟି ବଡ ଚୁକ୍ତିନାମାଙ୍କୁ ରଦ୍ଦ କରିଛି । ଏୟାରପୋର୍ଟ ସମ୍ପ୍ରସାରଣ ଓ ବିଜୁଳି ଭଳି ବଡ ପ୍ରକଳ୍ପ ନେଇ ଅଦାନୀ ସହ ଡିଲ କରିଥିଲା କେନିଆ । କେନିଆ ମିଡିଆକୁ ସମ୍ବୋଧିତ କରି ସେଠାକାର ରାଷ୍ଟ୍ରପତି ବିଲିୟମ ରୁଟୋ, ଅଦାନୀ ସହ ହୋଇଥିବା ଏହି ଦୁଇଟି ବଡ ଚୁକ୍ତିନାମାକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି ।
ତେବେ ସବୁଠୁ ବଡ କଥା ହେଲା ୨୦୨୧ରେ ଆଦାନୀ ଗ୍ରୁପ୍ ସ୍ଥାନୀୟସ୍ତରରେ ସୋଲାର ସେଲ୍ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍ ଶକ୍ତି ଭାରତର ୫ ରାଜ୍ୟକୁ ଯୋଗାଣ ପାଇଁ ଏକ ଠିକା ପାଇଥିଲା। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେଶନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍ଇସିଆଇ) ଏହି ଠିକା ପ୍ରଦାନ ପାଇଁ ୨୦୨୧ ଜୁଲାଇରୁ ଡିସେମ୍ବର ମଧ୍ୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ ଓ କେନ୍ଦ୍ର ଶାସନାଧୀନ ଜମ୍ମୁ-କଶ୍ମୀର ସରକାରଙ୍କ ସହ ବିକ୍ରି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲା। ହେଲେ ରାଜ୍ୟଗୁଡ଼ିକ ପାଇଁ ଏହି ବିଦ୍ୟୁତ୍ ମହଙ୍ଗା ଥିବାରୁ ଆଦାନୀ ଗ୍ରୁପ୍ ଦ୍ୱାରା ଲାଞ୍ଚ ଦେଇ ସନ୍ତୁଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି।