ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ

ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ । ଏନେଇ ଆଜି ତାଙ୍କୁ କଟକ ସିଡିଏ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତାଙ୍କୁ କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟା ରହିଥିଲା । ତେବେ ଲଙ୍ଗସରେ ସଂକ୍ରମଣ ଯୋଗୁଁ ଦେହ ଅଧିକ ଖରାପ ହେବା ପରେ ତାଙ୍କୁ ଗତକାଲି ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ବୁଦ୍ଧାଦିତ୍ୟଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି ।ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital