ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର।ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି ବୋଲି କହି ପୂର୍ବ ସରକାରର ଗୋହି ଖୋଳିଛନ୍ତି ସୂର୍ଯ୍ୟବଂଶୀ ।
ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି ।ତେବେ ଆମେ ଓଡ଼ିଶା ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଓଡ଼ିଶା ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି ଓଡ଼ିଆ ଭାବାବେଗ ସହିତ ଜଡିତ । ତେଣୁ ଓଡ଼ିଶା ଅସ୍ମିତା କୁ କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ ନୁହେଁ ।ଏପରି ଓଡ଼ିଆ ଅସ୍ମିତାର ଅର୍ଥକୁ ସରଳ ଭାବେ ବୁଝାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। । ସେପଟେ ସୂର୍ଯ୍ୟବଂଶୀ ସୂରଜଙ୍କ ‘ଅସ୍ମିତା’ ଉତ୍ତର ନେଇ ଅରୁଣ ସାହୁ ମନ୍ତ୍ରୀ ଅଧା ଉତ୍ତର ରଖିଛନ୍ତି, ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ।