ଓଡିଶାରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା

ଜାତୀୟ ରାଜଧାନୀ ଠାରୁ ବି ବଳି ଗଲାଣି ଓଡିଶାର ସହର । ତା ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି । ଯାହାର ଏକ୍ୟୁଆଇ ୩୨୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରାଜ୍ୟର ୪ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳ ରହିଛି ।ଏହି ଗତ ସୋମବାର ରାଜ୍ୟ ରାଜଧାନୀ ଭୁବନେଶ୍ବର ମଧ୍ୟ ଦିଲ୍ଲୀର ବାୟୁ ମାନକୁ ଟପି ଯାଇଥିଲା ।

ଦେଶର ମୋଟ ୨୫ ସହରରେ ବାୟୁର ମାନ ଅତି ନିମ୍ନ ମାନର ରହିଥିବା ବେଳେ ସେଥିରେ ଓଡିଶାର ମୋଟ ୫ ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ରହିଛି । ଏଠିକା ବାସିନ୍ଦା ଏତେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଯେ, ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ନିଜ ଶରୀର ଭିତରକୁ ନେଉଛନ୍ତି । ଯାହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

ଅଧିକ ପଢନ୍ତୁ