ପିଏମ୍ ମୋଦୀ କହିଛନ୍ତି, ‘ଆଜିର କେନ୍ଦ୍ର ସରକାର ଓଡ଼ିଶାର ଗୌରବକୁ ପ୍ରାଥମିକତା ଦେଉଛନ୍ତି । ଚଳିତ ମାସରେ ବାଲିଯାତ୍ରାର ସଫଳ ଆୟୋଜନ ହୋଇଛି । ଡିଜିପି କନଫରେନ୍ସ ଆୟୋଜନ ପାଇଁ ମୁଁ ଏଠାକୁ ଆସିଛି । ଆମ ଦେଶରେ ଶହେ ବର୍ଷରୁ ଅଧିକ ଧରି ଡିଜିପି କନଫରେନ୍ସ ହେଇଆସୁଛି, କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି । ଚାରି ଦିନ ପରେ ଓଡ଼ିଶାର ପୁରୀରେ ନୌସେନା ଦିବସ ପାଳନ କରାଯିବ । ପୁରୀରେ ନୌସେନା ନିଜ ସାମର୍ଥ୍ୟ ଦେଖାଇବ । ଯେଉଁଥି ପାଇଁ ଓଡ଼ିଶା ସାରା ବିଶ୍ୱର କେନ୍ଦ୍ରରେ ରହିବ ।
ଏହାପରେ ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯିବ । ସାରା ଦୁନିଆର ଲୋକ ଭୁବନେଶ୍ୱର ଆସିବେ । ଏଠାରୁ ଯେଉଁ ସ୍ମୃତି ନେଇ ଯିବେ, ତାହା ସାରା ଦୁନିଆରେ ପହଞ୍ଚାଇବେ ।ଆମ ଓଡିଶା ସ୍ୱଚ୍ଛ ହେଉ ସୁନ୍ଦର ହେଉ ଏଠାକାର ସଂସ୍କୃତି ସହ ଲୋକେ ପରିଚିତ ହୁଅନ୍ତୁ । ଆମେ ଆଉ ଆପଣ ମିଶି ଓଡିଶା ଗୌରବକୁ ଆଗେଇ ନେବା । ଓଡିଶାରେ ଡବଲ ଇଞ୍ଜିନର ସରକାର ହେବା ପରେ ଏଠାରେ ସବୁ କ୍ଷେତ୍ରରେ ବିକାଶର ଗତି ବଢିବାରେ ଲାଗିଛି । ଖେଳ, ଶିକ୍ଷା, ପର୍ଯ୍ୟଟନରେ ରାଜ୍ୟ ଅଦ୍ଭୁତ ପୂର୍ବ ଆଗେଇ ଚାଲିଛି ବୋଲି ପିଏମ୍ ମୋଦୀ କହିଛନ୍ତି