ଓଡିଶାରେ ହେବାକୁ ଥିବା ଏସଆଇଆର ସ୍ଥଗିତ

ଏସାଇଆରକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା ଏସାଇଆରକୁ ସ୍ଥଗିତ କରାଯାଇଥିବା ନେଇ CEO ସୂଚନା ଦେଇଛନ୍ତି।ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ SIR ସ୍ଥଗିତ ନେଇ ନିଷ୍ପତ୍ତି ନିଆଯାଇଥିବା CEO ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ସୂଚନାମୁତାବକ ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ ଥିଲା । ଏଥର ଜନଗଣନା ପ୍ରକ୍ରିୟାରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ଖବର ଅନୁଯାୟୀ, ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଏହା ମଧ୍ୟ RTI ଆକ୍ଟ ପରିସରଭୁକ୍ତ ହେବ ନାହିଁ।ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ କୋର୍ଟ ପାଖରେ ମଧ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବନି। ଅଧିକାରୀ ମଧ୍ୟ ଏହି ତଥ୍ୟକୁ ଅନ୍ୟତ୍ର ବ୍ୟବହାର କରିବା ମନା।ପ୍ରଥମ ପର୍ଯ୍ୟାୟରେ ସ୍ୱ ଗଣନା ୧୫ ଦିନ ଚାଲିବ । ଜଣେ ଚାହିଁଲେ ସେଥିରେ ଥିବା ୩୩ ପ୍ରଶ୍ନ ଜରିଆରେ ଉତ୍ତର ରଖିପାରିବେ ।

ଅଧିକ ପଢନ୍ତୁ