ଓଡିଶାରେ ହେବ ୧୩୯ଟି ନୂତନ ସବ ରେଜିଷ୍ଟାରଅଫିସ । ଜମି କିଣାବିକାରେ  ଲୋକଙ୍କୁ ସୁବିଧା ମିଳିବ-ରାଜସ୍ୱ ମନ୍ତ୍ରୀ  

ଓଡିଶାରେ ହେବ ୧୩୯ଟି ନୂତନ ସବ ରେଜିଷ୍ଟାରଅଫିସ । ଜମି କିଣାବିକାରେ ଲୋକଙ୍କୁ ସୁବିଧା ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୦୦୦ଟି ରାଜସ୍ୱ ଗାଁ ଘୋଷଣା ହେବାର ବ୍ୟବସ୍ଥା କରାଯାଉଛି ।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚଳିତ ଆର୍ଥିକ ବର୍ଷରୁ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଡେଜିଗନେଟେଡ୍ ସବ୍‌-ରେଜିଷ୍ଟ୍ରାର କ୍ଷମତା ଦିଆଯିବ ବୋଲି ସେ କହିଛନ୍ତି ।ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ୩ଟି ରାଜସ୍ୱ ଗ୍ରାମ ଊରଜଙ୍ଗ, ପାଟଷୁରା ଓ ବ୍ରଜରାଜପାଟଣା ବାସିନ୍ଦାଙ୍କୁ ୨ହଜାର ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିସହ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ୪ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ଶିଳାନ୍ୟାସ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital