ଓଡିଶା ଛାଡି ଯିବନି ଆର୍ସଲମିତ୍ତଲ, ନିପନ ଷ୍ଟିଲ୍ଅ ।

ଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ ମିଳିତଭାବେ ଓଡ଼ିଶାରେ ବିଶାଳ ଷ୍ଟିଲ୍ ପ୍ଲାଣ୍ଟ ବସାଇବେ ବୋଲି ପୂର୍ବ ସରକାରଙ୍କ ସମୟରେ ଓଡିଶା ସହିତ ଚୁକ୍ତି କରିଥିଲେ। ନିପନ ଷ୍ଟିଲ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା । ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବା ସହ ଶିଳ୍ପ ସମୃଦ୍ଧ ରାଜ୍ୟ ହୋଇଥାନ୍ତା ଓଡ଼ିଶା । ହେଲେ ରିମୋର୍ଟ କଣ୍ଟ୍ରୋଲ ସରକାର ପାଇଁ ନିପନ୍ ଷ୍ଟିଲ ଆନ୍ଧ୍ରକୁ ଚାଲିଯାଉଛି ବୋଲି ପ୍ରତାପ କହିଥିଲେ । ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ ବୋଲି ପ୍ରତାପ ଜେନା କହିଥିଲେ । ଏହାଉପରେ ପ୍ରତିକ୍ରିୟା ରଖି ସମ୍ପଦ ସ୍ବାଇଁ କହିଛନ୍ତି, ଓଡ଼ିଶାର ଲୋକଙ୍କୁ ବିଜେଡି ଭ୍ରମିତ କରୁଛି । ସାରା ଦେଶର ଏକ ପ୍ରମୁଖ କମ୍ପାନୀ ହେଉଛି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ କମ୍ପାନୀ । ପୂର୍ବ ସରକାରରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ଓଡ଼ିଶା ଫେରୁଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ।ପୂର୍ବରୁ ଜେଏସଡବ୍ଲୁ ମଧ୍ୟ ଓଡ଼ିଶାରେ କରିବାକୁ ଥିବା ଇଲେକ୍ଟ୍ରିକ କାର୍ କାରଖାନାକୁ ମହାରଷ୍ଟ୍ରକୁ ନେଇଯିବା କଥା ଆସିବା ପରେ ଜେଏସଡବ୍ଲୁ ସ୍ପଷ୍ଟୀକରଣ ରଖି ଏହା ଓଡିଶାରୁ ସ୍ଥାନାନ୍ତରଣ ହୋଇ ନ ଥିବା କହିଥିଲା।

ଅଧିକ ପଢନ୍ତୁ