ଓଡିଶା ଧନ୍ଦାମୂଳକ ଶିକ୍ଷକ ସଂଘର ପତ୍ରିକା ‘ପ୍ରାରମ୍ଭ’କୁ ଲୋକାର୍ପଣ କଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଦର୍ପଣ): ଓଡିଶା ଧନ୍ଦାମୂଳକ ଶିକ୍ଷକ ସଂଘ ଦ୍ୱାରା ପ୍ରସ୍ତୁତ ପତ୍ରିକା “ପ୍ରାରମ୍ଭ”କୁ ଲୋକାର୍ପଣ କଲେ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି। ମଙ୍ଗଳବାର ଦିନ ଶିକ୍ଷାମନ୍ତ୍ରୀଙ୍କ ବାସଭବନରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପତ୍ରିକାଟି ଧନ୍ଦାମୂଳକ ଶିକ୍ଷକ ସଂଘର ପ୍ରଥମ ସଂସ୍କରଣ ହୋଇଥିବାରୁ ଏହାର ନାମ “ପ୍ରାରମ୍ଭ” ରଖାଯାଇଛି। ଏହି ପତ୍ରିକାରେ ଧନ୍ଦାମୂଳକ ଶିକ୍ଷାର ସମସ୍ତ ବିବରଣୀ ଓ ଅଭିଜ୍ଞ ବୁଦ୍ଧିଜୀବୀମାନଙ୍କର ଧନ୍ଦାମୂଳକ ଶିକ୍ଷାର ବିକାଶ ଗୁରୁତ୍ଵ ଉପରେ ଲେଖାଯିବା ସହ ସମସ୍ତ ବିଭାଗ ଉପରେ ମଧ୍ୟ ମୁଦ୍ରିତ ହୋଇଛି। ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ପରେ ମାନ୍ୟବର ମନ୍ତ୍ରୀ ଏବଂ ଶିକ୍ଷା ବିଭାଗ ଏହି ଧନ୍ଦାମୂଳକ ଶିକ୍ଷାର ଉନ୍ନତି ସହ ରାଜ୍ୟରେ କାର୍ଯ୍ୟରତ ୨୧୨୨ଜଣ ପ୍ରଶିକ୍ଷକ ପ୍ରଶିକକ୍ଷିକାମାନଙ୍କ ଉନ୍ନତି କିପରି ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତତ୍ ସହିତ ଧନ୍ଦାମୂଳକ ଶିକ୍ଷକ ସଂଘର କର୍ମକର୍ତ୍ତା ଓ.ସେ.ପା (OSEPA)ର ଉଚ୍ଚପଦାଧିକାରୀଙ୍କୁ ଭେଟି ଏହି ପତ୍ରିକାକୁ ପ୍ରଦାନ କରିଥିଲେ। ଓସେପାର ସମସ୍ତ ଉଚ୍ଚପଦାଧିକାରୀ ଏହି ପତ୍ରିକା ସଂସ୍କରଣକୁ ଖୁବ ପ୍ରଶଂସା କରିବା ସହ ଯଥା ସମ୍ଭବ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତତ୍ ସହିତ ଓଡ଼ିଶାର ଓଷ୍ଟା ସଂଘର ସଭାପତି ଓ ସମ୍ପାଦକ ଓ ଅନ୍ୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ଏହି ପତ୍ରିକାକୁ ନେଇ ସନ୍ତୋଷଵ୍ୟକ୍ତ କରିବା ସହ ପ୍ରଶିକ୍ଷକ ଓ ଶିକ୍ଷାର ଉନ୍ନତି ପଥରେ ସମ୍ପୂର୍ଣ୍ଣ ଭାବେ ସାଙ୍ଗରେ ଠିଆ ହେବେ ବୋଲି ଆଶ୍ଵାସନା ଦେଇଛନ୍ତି । ଧନ୍ଦାମୂଳକ ଶିକ୍ଷା ଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ବାର୍ତ୍ତାଳାପ, କାର୍ଯ୍ୟ କରିବାର ଶୈଳୀ ଓ ସଂସ୍କାର ସମ୍ପନ୍ନ ହୋଇ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିପାରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କ ଦ୍ଵାରା ୫ଟି ବିଦ୍ୟାଳୟମାନଙ୍କରେ ୨୧୨୨ଜଣ ଧନ୍ଦାମୁଳକ ପ୍ରଶିକ୍ଷକମାନେ ବହୁ ପରିଶ୍ରମ କରି ବିଦ୍ୟାଳୟର ସମ୍ପୂର୍ଣ୍ଣ ବୈଷୟିକ, ଉନ୍ନତିରେ ଅନ୍ୟତମ ଭୂମିକା ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଗୁଡିକରେ ସମସ୍ତ ଶିକ୍ଷକ ଓ ଅଭିଭାବକ ମହଲରେ ଧନ୍ଦାମୂଳକ ପ୍ରଶିକ୍ଷକମାନେ ପ୍ରିୟ ହୋଇ ପାରିଛନ୍ତି।

ଆଜିର ଏହି ଲୋକାର୍ପଣ ଉତ୍ସବରେ ଓଡିଶା ଧନ୍ଦାମୂଳକ ଶିକ୍ଷକ ସଂଘର ସଭାପତି ବନଜା ମହାନ୍ତି, ସମ୍ପାଦକ ଦେବସ୍ମିତା ରାଉତ, ରୋଜାଲିନ ମିଶ୍ର, ଗ୍ଲାସିଆସ ଦାସ, ଯୋଗେଶ କୁମାର ସାହୁ, ସତ୍ୟଜିତ ମହାନ୍ତି, ଗୋପୀନାଥ ଓଝା, ବିଶ୍ବମ୍ବର ପ୍ରଧାନ ପ୍ରମୁଖ ଯୋଗଦେଇ ସମସ୍ତ ପ୍ରଶିକ୍ଷକମାନଙ୍କର ଆନୁଷଙ୍ଗିକ ଉନ୍ନତି ସହ ସ୍ଥାୟୀ ନିଯୁକ୍ତି ପାଇଁ ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ମାରାଣ୍ଡି ପରିଶେଷରେ ଏ ପୁସ୍ତକକୁ ନେଇ ପ୍ରଶିକ୍ଷକ/ପ୍ରଶିକ୍ଷିକାମାନଙ୍କ ମଧ୍ୟରେ ଆଗାମୀ ଦିନରେ ଧନ୍ଦାମୂଳକ ଶିକ୍ଷାର ସୁପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ

kc ads