ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଉଦଘାଟିତ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର ସ୍ଥିତ ତୋଷାଳି ବିଲ୍ଡିଂ ର ୩ୟ ମହଲାରେ ଉଦ୍ଘାଟନ ହେଲା ନୂଆ ଲ କମିଶନ ଅଫିସ। ଗୃହ ପ୍ରବେଶ କଲେ ଲ କମିଶନ ଅଧିକାରୀ। ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ I ଏଥିସହ ୧୯୬୯ ମସିହାରେ ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ପ୍ରଚଳିତ ଆଇନ ଏବଂ ସମକାଳିନ ତାଲିକାରେ ଆସୁଥିବା ଆଇନ ଗୁଡିକର ପରିବର୍ତ୍ତନ ଏବଂ ସଂଶୋଧନର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର “ଓଡିଶା ରାଜ୍ୟ ଵିଧି ଆୟୋଗ” ଗଠନ କରିଛନ୍ତି । ଏହା ଓଡିଶା ସରକାର ଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି Iନୂଆ ସରକାର ଏହାକୁ ପୂର୍ଣାଙ୍ଗ କରାଇଛନ୍ତି ଯାହା ପାଇଁ ମୋହନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ। ସେ କହିଛନ୍ତି ନୂଆ ସରକାର ଲ କମିଶନର ପୂର୍ଣାଙ୍ଗ କରିଛନ୍ତି। ସମସ୍ତେ ସଦସ୍ୟ କିଭଳି ଠିକ ଭାବେ କାମ କରିବେ ପୂର୍ଣ ସଦସ୍ୟ ସହ ଅଫିସ ମଧ୍ୟ ଦିଆଯାଇଛି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଜଷ୍ଟିସ ରଥ।

ଅଧିକ ପଢନ୍ତୁ

kc ads