ଓଡିଶା ସରକାରଙ୍କ ଷ୍ଟାଡିଂ କମିଟି-VIIIଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପରିଦର୍ଶନ ଓ ସମୀକ୍ଷା” ଜିଲ୍ଲାପାଳଙ୍କ ଦକ୍ଷ ନେତୃତ୍ୱକୁ କମିଟିଙ୍କ ପ୍ରଶଂସା l

ରାୟଗଡ:-ତା.୦୪-୦୨-୨୦୨୫ରିଖ ଦିନ ଓଡ଼ିଶା ସରକାରଙ୍କ ଅଷ୍ଟମ ଷ୍ଟାଡିଂ କମିଟି ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ମାନ୍ୟବର ବିଧାୟକ ସମୂହ ଦାଶିରଥୀ ଗମାଙ୍ଗ, ରୁପୁ ଭତ୍ରା, ରଘୁରାମ ମାଛ, ପ୍ରମୁଖ ରାୟଗଡ ଜିଲ୍ଲାର କୈଲାସପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କୋଳାନାରା ଆଶ୍ରମ ବିଦ୍ୟାଳୟ,କୋଲନରା ସ୍ଵୟଂ ସହାୟକ ଗୋଷ୍ଠୀକେନ୍ଦ୍ର ଆଦି ବୁଲି ଛାତ୍ର ଛାତ୍ରୀ ଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟତଃ ବିଦ୍ୟାଳୟର ପାରିପାର୍ଶୀକ ସ୍ଥିତ, ଭିତିଭୂମି,ପରିମଳ, ଖାଦ୍ୟ ପରିଚାଳନା ଓ ଶିକ୍ଷା ଦାନ ଉପରେ ପ୍ରତ୍ୟେକ୍ଷ ଭାବରେ ଛାତ୍ରୀ ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବ୍ୟକ୍ତଗତ ଭାବରେ ଆଲୋଚନା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାବଲମ୍ବୀ ନିମନ୍ତେ ବିଭିନ୍ନ ଉପଦେଶ ଦେଇଥିଲେ । ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ଖାଦ୍ୟ ଯୋଗାଣ, ପୋଷାକ ବିତରଣ ଆଦି ବିଷୟରେ ପ୍ରଧାନ ଶିକ୍ଷଙ୍କ ସହ ଆଲୋଚନା କରିଥିଲେ । ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଅପରାହ୍ନ ୭. ୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ରାୟଗଡ ଆଇଟିଡ଼ିଏ ଓ ଗୁଣୁପୁର ଆଇଟିଡ଼ିଏର ବିଭିନ୍ନ ଯୋଜନାରେ ବିଶେଷ କରି ଆର୍ଟିକିଲ ୨୭୫(୧), ରାଜ୍ୟ ସେକଟର, ପରିଚାଳନା ଓ କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଭିତିଭୂମି ବିକାଶ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, ବିଜୁ କେବିକେ, କ୍ରିଟିକାଲ ଗେଫ ଫଣ୍ଡ, ଖଣିଜ ପାଣ୍ଠି, ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଆଦି ବିଭିନ୍ନ ଯୋଜନାରେ ପ୍ରକଳ୍ପ ଉପରେ ଆଲୋଚନା କରି ସମୀକ୍ଷା କରିଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରେରିତ ଅର୍ଥ ଖର୍ଚ୍ଚ ନହୋଇ ପଡିଥିବାରୁ ଏହାର ତୁରନ୍ତ ଖର୍ଚ୍ଚ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ l ଦକ୍ଷ ଜିଲ୍ଲାପାଳଙ୍କ ନେତୃତ୍ୱରେ ତୁରନ୍ତ କାମ କରିବାକୁ ଉପରେ ଯୋର ଦେବାକୁ କହିଥିଲେ l ଜିଲ୍ଲାର ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ଦକ୍ଷ ଉଦ୍ୟୋଗୀ ସୃଷ୍ଟି କରିବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କୁ ନିର୍ଦେଶ ଦେଇଥିଲେ l ଏହି ବୈଠକରେ କମିଟିର ଅଧ୍ୟକ୍ଷଙ୍କ ସମେତ, ଜିଲ୍ଲାପାଳ ପରୁଲ ପଟlୱରୀ, ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ଗୁଣୁପୁର ପିଏ ଆଇଟିଡ଼ିଏ ଶ୍ରୀ ଅଜୟ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରକ୍ତ ମଂଗଳ ଅଧିକାରୀ, ସ୍ୱତନ୍ତ୍ର ଅଧିକାରୀ ଡିକେଡିଏ, ଚାଟିକଣା, ପାର୍ସଳୀ, ଏଲଏସଡ଼ିଏ ପୁଟାସିଂ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀ ଉନ୍ନୟନ ସଂସ୍ଥା, ଶ୍ରମ,ଜିଲ୍ଲା ଶିଳ୍ପ ସଂସ୍ଥା ଆଦି ବିଭାଗର ସମୀକ୍ଷା ହୋଇଥିଲା । ଦ୍ଵିତୀୟ ଦିନରେ ମାନ୍ୟବର କମିଟି ସଦସ୍ୟ ମନେ ରାୟଗଡ ବ୍ଲକର କୁମ୍ଭୀକଟା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ lରାୟଗଡ ଜିଲ୍ଲା ଗସ୍ତ ସାରି କମିଟି କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital