ଓଡି଼ଶାର ଏହି ବ୍ୟାଙ୍କ ଉପରେ ଜରିମାନା ଲଗାଇଲା RBI

ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ୧୯୪୯ର ଉଲ୍ଲଂଘନ ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓଡ଼ିଶା ରାଜ୍ଯ ସମବାୟ ବ୍ୟାଙ୍କ ଲିମିଟେଡ୍ ଉପରେ ୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।ସୂତ୍ର ଅନୁଯାୟୀ, ନିର୍ଦ୍ଦିଷ୍ଟ ଅଣ-ବ୍ୟାଙ୍କିଂ ସମ୍ପତ୍ତିର ବିନିଯୋଗ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ଦାବିହୀନ ପରିମାଣ ଜମାକାରୀ ଶିକ୍ଷା ଏବଂ ସଚେତନତା ପାଣ୍ଠିକୁ ସ୍ଥାନାନ୍ତର କରିବାରେ ବିଫଳ ହେବା ଅଭିଯୋଗରେ OSCB ଲିମିଟେଡ୍ ଉପରେ ୪ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି।

୨୦୨୩ ମାର୍ଚ୍ଚ ମାସରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧାନିକ ନିରୀକ୍ଷଣବେଳେ ଏହି ଅସଙ୍ଗତି ଧରାପଡ଼ିଥିଲା। ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସମବାୟ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲା। ଯାହାର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ କର୍ତ୍ତୃପକ୍ଷ।ଶୁକ୍ରବାର ଏକ ବିବୃତ୍ତିରେ RBI କହିଛି ଯେ, “ବ୍ୟାଙ୍କିଂ ନିୟନ୍ତ୍ରଣ ଆଇନ, ୧୯୪୯ର ଧାରା ୯ ଏବଂ ଧାରା ୨୬A ର ବ୍ୟବସ୍ଥା ପାଳନ କରିବାରେ ବିଫଳ ହେବା ପାଇଁ ବ୍ୟାଙ୍କକୁ ଜରିମାନା କରାଯାଇଛି।”

ଅଧିକ ପଢନ୍ତୁ