ଓଲଟିଲା ସ୍ପିଡ୍‌ବୋଟ୍; ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ

ସମୁଦ୍ରରେ ବଡ଼ ଅଘଟଣ। ବୁଡିଗଲେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍‌ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି ପଡ଼ିଥିଲା। ତେବେ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଯାଇ ସେମାନେ ରବର ଫ୍ଲୋଟ୍ ବ୍ୟବହାର କରିଥିଲେ।ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ସମୟରେ ପୁରୀ ଲାଇଟ ହାଉସ ନିକଟ ବେଳାଭୂମି ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ସ୍ପିଡ ବୋଟରେ ପର୍ଯ୍ୟଟକଙ୍କୁ ବସାଇ ୱାଟର ସ୍ପୋର୍ଟସ ଆକ୍ଟିଭିଟି କରିବା ବେଳେ ସ୍ପିଡ ବୋଟ୍‌ଟି ହଠାତ୍‌ ଓଲଟି ପଡିଥିଲା । ବୋଟରେ ଥିବା ପର୍ଯ୍ୟଟକ ବୋଟ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ । ତେବେ ସେଠାରେ ଥିବା ଘରୋଇ ଲାଇଫ୍‌ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୋଟ ତଳେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ଅଧିକ ପଢନ୍ତୁ

kc ads