ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ

ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଜାଗୃତି ଶୁକ୍ଳା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିର୍ବନ୍ଧର ଦୁଇଟି ଫଟୋ ସେୟାର କରିଛନ୍ତି । ଉଭୟଙ୍କ ନିର୍ବନ୍ଧ ଫଟୋ ବିଭିନ୍ନ ସିନେମା ହ୍ୱାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ସହ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରାଯାଇଛି ଓ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଉଛନ୍ତି । ବାହାଘର ରାଜସ୍ଥାନରେ ହେବା ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼କଥା ହେଉଛି ଯେ ଏହି ନିର୍ବନ୍ଧକୁ ନେଇ ବର୍ଷା କଣ ପ୍ରତିକ୍ରିୟା ରଖିବେ?

ଅଧିକ ପଢନ୍ତୁ