ଓସ୍କାର ପାଇଁ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ଅନୁଜା’ ମନୋନୀତ ।

ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’ ସାମିଲ ହୋଇଛି। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ‘ଅନୁଜା’ ଚଳଚ୍ଚିତ୍ର ବେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ । ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍‌ ନଟ୍ ଏ ରୋବଟ୍‌, ଦ ଲାଷ୍ଟ୍‌ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍‌ ନଟ୍‌ ରିମେନ୍ ସାଇଲେଣ୍ଟ୍‌ । ତେବେ ଓସ୍କାର ପାଇଁ ଗୁନୀତଙ୍କ ଏହା ତୃତୀୟ ମନୋନୟନ। ପୂର୍ବରୁ ତାଙ୍କର ଦ ଏଲିଫାଣ୍ଟ ହ୍ବିସ‌ପରର୍ସ ଏବଂ ପିରିୟଡ୍‌, ଦ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମା ପାଇଁ ଗର୍ବ ଆଣିଛି ।

ଅଧିକ ପଢନ୍ତୁ