ଓ୍ବାକଫ୍ ଜେପିସି ବୈଠକରେ ହଙ୍ଗାମା

ୱାକଫ୍‌ ସଂଶୋଧନ ବିଲ୍ ଉପରେ ଥିବା ଜେପିସି ବୈଠକରେ ହଙ୍ଗାମା। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ମାର୍ଶାଲମାନଙ୍କୁ ଡକାଯାଇଥିଲା କିନ୍ତୁ ବିରୋଧ ଥମିନଥିଲା। ଏଥିପାଇଁ ଅସବୁଦ୍ଦିନ ଓୱେସି ଏବଂ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ ଦିନକ ପାଇଁ ନିଲମ୍ବିତ କରାଯାଇଛି। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଜେପିସିରେ ସେମାନଙ୍କ ମତାମତକୁ ଶୁଣାଯାଉନାହିଁ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଜେପିସିରେ ବିରୋଧୀ ଦଳର ସାଂସଦମାନଙ୍କୁ ନିଲମ୍ବିତ କରିବାକୁ ପ୍ରସ୍ତାବ ଆଣିଥିଲେ। ଅଧ୍ୟକ୍ଷ ଜଗଦମ୍ବିକା ପାଲ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ।ଏହି ବୈଠକରେ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଛି। ୱାକଫ୍‌ ଉପରେ ଜେପିସିର ଏହି ବୈଠକ ଦୁଇ ଦିନ ଧରି ଚାଲିବ। ତେବେ ଜେପିସି ରିପୋର୍ଟ ୨୭ କିମ୍ବା ୨୮ ଜାନୁଆରୀରେ ଦାଖଲ କରାଯାଇପାରେ।

ଅଧିକ ପଢନ୍ତୁ

Odisha Darpan Digital