ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’

କେରଳ ୱାୟନାଡ଼ରେ ଭୟଙ୍କର ଭୁସ୍ଖଳନ ଯୋଗୁଁ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ଷ୍ଟର୍ମ । ବ୍ରହ୍ମପୁରରୁ କେରଳ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । ବ୍ରହ୍ମପୁର ପୋଲିସ ଜିଲ୍ଲାର ସନ୍ଧାନୀ କୁକୁର ଷ୍ଟର୍ମ ସହ ତିନି ଜଣ କର୍ମଚାରୀ କେରଳ ଗସ୍ତ କରିଛନ୍ତି ।ଷ୍ଟର୍ମ ସହିତ ୪ ଜଣ ଅଧିକାରୀ ମଧ୍ୟ ଓ୍ବାୟନାଡ ଯାଇଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାନ ଓ ଉଦ୍ଧାର କରିବାର ଟ୍ରେନିଂ ନେଇଛି।

‘ଷ୍ଟର୍ମ’ ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ସୂଚନା ମିଳିଛି। ଓଡ଼ିଶା ପୋଲିସର ଏକ କୁକୁର ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ। ଏହି ସନ୍ଧାନୀ କୁକୁର ପାଣିରେ ରହିଥିବା ବା ନିଖୋଜ ଥିବା ମଣିଷକୁ ଶୁଙ୍ଘି ଖୋଜି ବାହାର କରିବାରେ ସକ୍ଷମ ହୋଇପାରିବ । ତେଣୁ ଷ୍ଟର୍ମକୁ ଏଥିପାଇଁ ଚୟନ କରାଯାଇଛି।

ଅଧିକ ପଢନ୍ତୁ