ଓ୍ୱକଫ ବିଲକୁ ନେଇ ଦ୍ୱନ୍ଦ୍ୱରେ ବିଜୁ ଜନତା ଦଳ

ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ବିବାଦୀୟ ଏବଂ ସଂଶୋଧିତ ୱାକଫ୍ ସଂଶୋଧନ ବିଲ୍-୨୦୨୫ ଲୋକସଭା ପାସ ହେବା ପରେ ଗୁରୁବାର ବିଲ ରାଜ୍ୟସଭାରେ ଆଗତ ହୋଇଛି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି । ପରେ ବିଲକୁ ନେଇ ଆଲୋଚନାରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ । ଏସବୁ ଭିତରେ ସଭିଙ୍କୁ ଚକିତ କରିଛି ବିଜୁ ଜନତା ଦଳ। ପ୍ରଥମେ ଏହି ବିଧେୟକୁ ବିରୋଧ କରୁଥିବା ବିଜେଡି ଏବେ ୟୁଟର୍ଣ୍ଣ ମାରିଛି। ରାଜ୍ୟସଭାରେ ବିବେକ୍ ଅନୁସାରେ ଦଳର ସାଂସଦ ଭୋଟ୍ ଦେବେ ବୋଲି କହିଛି ବିଜେଡି।

ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ତାଙ୍କ ଦଳ ଓ୍ଵାକଫ ବିଧେୟକକୁ ବିରୋଧ କରିବନି। ବିଜୁ ଜନତା ଦଳ ସର୍ବଦା ଧର୍ମନିରପେକ୍ଷତା ଓ ସମାବେଶି ସିଦ୍ଧାନ୍ତକୁ ବଜାୟ ରଖି ଆସିଛି। ଦଳ ସବୁ ସମୁଦାୟର ଅଧିକାରକୁ ସୁନିଶ୍ଚିତ କରି ଆସିଛି। ଆମେ ଓ୍ଵାକଫ ସଂଶୋଧନ ବିଧେୟକ ୨୦୨୪ ବିଷୟରେ ସବୁ ସମୁଦାାୟର ବିଭିନ୍ନ ବର୍ଗଙ୍କ ଦ୍ଵାରା ବ୍ୟକ୍ତ କରାଯାଇଥିବା ବିବିଧ ଭାବନାକୁ ସମ୍ମାନ କରୁଛୁ। ଆମ ପାର୍ଟି ଓ୍ଵାକଫ ବିଲ୍ ଉପରେ ସାବଧାନପୂର୍ବକ ବିଚାର କରି ବିଧେୟକକୁ ବିଜେଡି ବିରୋଧ କରିବନି। ରାଜ୍ୟସଭାରେ ବିବେକ୍ ଅନୁସାରେ ଦଳର ସାଂସଦ ଭୋଟ୍ ଦେବେ। ଏ ନେଇ ଦଳ ପକ୍ଷରୁ କୌଣସି ହ୍ଵିପ୍ ଜାରି କରାଯାଇନି। କିନ୍ତୁ ରାଜ୍ୟସଭାରେ ବିତର୍କରେ ବିଜେପିକୁ କଡା ଜବାବ ଦେଇଛି କଂଗ୍ରେସ । ଆଲୋଚନା ବେଳେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପି ସାଂସଦ ଅନୁରାଗ ଠାକୁର ମୁହାଁମୁହିଁ ହୋଇଛନ୍ତି । ବିଜେପି ଲୋକ ଡରାଇଲେ ବି ’ଝୁକେଗା ନେହିଁ ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଯାହାର ଜବାବ ରଖିଛି ବିଜେପି ।ଆଗକୁ ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନ ଥିବା ବେଳେ ୱାକଫ ସଂଶୋଧନ ବିଲର ପ୍ରଭାବ ନିର୍ବାଚନ ଉପରେ ପଡିବ ବୋଲି କୁହାଯାଇଛି । କିନ୍ତୁ କିଏ ଫାଇଦାରେ ରହିବ ତାହା ଆଗାମୀ ସମୟରେ ଜଣାପଡିବ।

ଅଧିକ ପଢନ୍ତୁ

Odisha Darpan Digital