ଭୁବନେଶ୍ୱର,(ଓଡିଶା ଦର୍ପଣ): ଓୟୁଡବ୍ଲୁଜେ କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସଭାପତି ପ୍ରସନ୍ନ ମିଶ୍ର ଓ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ଯୋଗଦେବା ସହ ସାମ୍ବାଦିକ ସୁରକ୍ଷା, ଲୋକଙ୍କ ନାର୍ଯ୍ୟଦାବୀ ପୁରଣ ହେବା ଦିଗରେ ସମ୍ବାଦର ଭୂମିକା, ଦୃନୀତିମୁକ୍ତ ରାଷ୍ଟ୍ର ଗଠନରେ ସାମ୍ବାଦିକଙ୍କ ସକାରାତ୍ମକ ଚିନ୍ତାଧାରା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ସଙ୍ଘର ନିଷ୍ପତ୍ତି କ୍ରମେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସଦସ୍ୟ ତଥା ନୟାଗଡ଼ ଜିଲ୍ଲା ଓୟୁଡବ୍ଲୁଜେ ସାମ୍ବାଦିକ ସଙ୍ଘର ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟ କରିବାର ଦକ୍ଷତା ପାଇଁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ନବ ନିଯୁକ୍ତି କରାଯାଇଛି। ତେବେ ଶ୍ରୀ ମିଶ୍ର ରାଜ୍ୟ କର୍ମଜୀବି ସାମ୍ବାଦିକ ମହାସଂଘର ଗୁରୁ ଦାଇତ୍ୱ ନେବାପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ସମସ୍ତ ସାମ୍ବାଦିକ ଭାଇ ଭାଉଣୀମାନଙ୍କ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ଆଲୋଚନା କରିଥିବା ସୂଚନା ମିଳିଛି। ଏତତ୍ ବ୍ୟତୀତ ନୟାଗଡ଼ ଜିଲ୍ଲାର ଖଣ୍ଡପଡା ଓ ଭାପୁର ବ୍ଲକ ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ଜନସାଧାରଣଙ୍କ ସାମୁହିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବରେ ଆଲୋଚନା କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଭାପୁର ବ୍ଳକ ଅଧିନ ନିମାଣୀ ଗ୍ରାମରେ ଥିବା ମା’ ଗୁପ୍ତଗଙ୍ଗା ପୀଠର ଉନ୍ନତି ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପୂର୍ବରୁ ଦିଆଯାଇଥିବା ଅନୁରୋଧ ପତ୍ର ବିଷୟରେ ଆଲୋଚନା ସମ୍ପର୍କରେ ସଚିବଙ୍କୁ ମନେପକାଇ ପୁଣି ଥରେ ପୀଠର ଉନ୍ନତି ନିମନ୍ତେ ଆଲୋଚନା କରି ପ୍ରତିଶୃତି ପାଇଥିବା ଶ୍ରୀ ମିଶ୍ର କହିଛନ୍ତି।