ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାଙ୍କୁ କିଏ ଜବରଦସ୍ତ ନେଇନାହାନ୍ତି, ନିଜ ଇଚ୍ଛାରେ ଯାଇଛନ୍ତି, ବହୁ ଦିନ ହେବ ବାହାରକୁ ଯାଇନଥିଲେ, ୨ ଦିନ ବୁଲି ଆସିବେ । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ କହିଛନ୍ତି ତାରା । ଆମ ଦଳର ସବୁ ବିଧାୟକଙ୍କ ଉପରେ ଭରସା ଅଛି କହିଛନ୍ତି ତାରା । ଦଳର ନିଷ୍ପତ୍ତି ଅନୁଯାୟୀ ସେମାନେ ଭୋଟ ଦେବେ । ଏପଟେ କଂଗ୍ରେସ ମୁଖ୍ୟ ସଚେତକ ମାର୍ଚ୍ଚ ୧୬ ତାରିଖ ଯାଏଁ ଭୁବନେଶ୍ୱର ନ ଛାଡି ଯିବାକୁ ହ୍ୱିପ ଜାରି କରିଥିବା ବେଳେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ଅଛନ୍ତି । ତାହାକୁ ନେଇ ଏକ ବଡ ପ୍ରସ୍ନ ଉଠିଛି । ଅନ୍ୟପଟେ କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ବିଜେପି ବିଧାୟକ ବାବୁ ସିଂ । ରାଜ୍ୟସଭାରେ କଂଗ୍ରେସ ଦଳର କୌଣସି ପ୍ରାର୍ଥୀ ନାହାନ୍ତି । ଜଣେ ସ୍ଵାଧୀନ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରୁଛନ୍ତି । କଂଗ୍ରେସ ଦଳରୁ ତିନି ଧାଡ଼ିଆ ହୁଇପ ମଧ୍ୟ ଜାରି କରାଯାଇଛି । ତଥାପି ଯଦି ତାଙ୍କ ବିଧାୟକ ମାନେ ସଭାପତିଙ୍କ କଥାକୁ ମାନୁ ନାହାନ୍ତି ବା କଣ୍ଟ୍ରୋଲ ନାହିଁ । ତାହେଲେ ତାଙ୍କ ଦଳର ବ୍ୟବସ୍ଥା କେମିତି ଚାଲିଛି ସେଥିରୁ ସ୍ପଷ୍ଟ ।
