କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମନମୋହନ ସାମଲ

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍‌ କରିଛନ୍ତି । ଏହାକୁ ନେଇ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଓଡିଶାର କଂଗ୍ରେସର କୌଣସି ସ୍ଥାନ ନାହିଁ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି । ଭୁବନେଶ୍ୱର ଏମସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ ଏମସ ଥିଲା । କେବଳ ମିଥ୍ୟା ଉପରେ  କଂଗ୍ରେସ ଦଳ ଆଧାରିତ । ୧୯ ବର୍ଷ ବିରୋଧୀ ଆସନରେ ଆସିବା ପରେ ବି କ୍ଷମତାକୁ ଆସି ପାରିଲେନି ।  ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ କହିଛନ୍ତି ମନମୋହନ ସାମଲ।  ଭ୍ରଷ୍ଟାଚାର , ବ୍ୟଭିଚାର ଯୋଗୁଁ କଂଗ୍ରେସକୁ କେହି ଗ୍ରହଣ କରୁନାହାନ୍ତି ।  ଜଗନ୍ନାଥଙ୍କ ରଥ ତାଙ୍କ ଇଚ୍ଚାରେ ରୁହେ କୋଉ ବିଜେପି ସଂଗଠନ କିମ୍ୱା ଆଦାନୀ କଥାରେ ନୁହେଁ। ଏମାନଙ୍କ ପାଖରେ କିଛି ମୁଦ୍ଦା ନାହିଁ।

ଅଧିକ ପଢନ୍ତୁ

kc ads