କଂଗ୍ରେସକୁ ଫେରିଲେ ସୁର ରାଉତରାୟ

ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ ।ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର । ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ ।ସୁର କହିଲେ ୯ମାସ ହେବ ବହୁତ ଯନ୍ତ୍ରଣାରେ ଥିଲି, ଆଜି ମୁଁ ଫେରିଛି ମୋ ମନ୍ଦିରକୁ । ସେ ଆହୁରି କହିଛନ୍ତି କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ । ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି ।

ଅଧିକ ପଢନ୍ତୁ