କଂଗ୍ରେସର ଆନ୍ଦୋଳନ ପାଇଁ ଟ୍ରାଫିକ୍ କଟକଣା

ବିଧାନସଭା ଘେରିବ କଂଗ୍ରେସ। ଏଥିପାଇଁ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଯାଇଛି। କେମିତି ସେମାନଙ୍କୁ ରୋକିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଛି। ଏଥିରେ ୧୦ ପ୍ଲାଟୁନ୍ ମହିଳା ଫୋର୍ସ ରହିବେ। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।ର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। କିଛି ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ସେହିପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି କରିଛି ପୋଲିସ। ରାଜମହଲରୁ ରୂପାଲି ଓ ରୂପାଲିରୁ ରାଜମହଲ ଓ ଏଜିରୁ କେଶରୀ ଟକିଜ୍ ଛକ ରାସ୍ତାରେ ଟ୍ରାଫିକ କଟକଣା ହୋଇଛି | ତେବେ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ୍ ରାସ୍ତାର ବନ୍ଦ ରହିବ |
ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିବ |ଏହି ସମୟରେ ରାସ୍ତାରେ କେହି ଯିବା ଆସିବା କରିବେ ନାହିଁ|ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ହୋଇଛି |

ଅଧିକ ପଢନ୍ତୁ