କଂଗ୍ରେସ ଆନ୍ଦୋଳନକାରୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ।

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୫ ପୋଲିସ କର୍ମଚାରୀ ଆହତ ଘଟଣା । କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ରାଗିଗଲେ ପୋଲିସ ଡିଜି । ପୋଲିସ ବର୍ଦ୍ଦିରେ ହାତ ମାରିଥିବା ଅସାମାଜିକଙ୍କୁ ଛଡ଼ାଯିବନି । ଖୋଜି ଖୋଜି ଧରା ଯିବ। ତାଙ୍କୁ ଜେଲରେ ପୂରାଯିବ। ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି।ଆନ୍ଦୋଳନର ନାଁରେ ହିଂସା ଓ ପୋଲିସ ଉପରେ ଆକ୍ରମଣ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। DGPଙ୍କ ଏହି କଡ଼ା ବୟାନ ସୂଚାଇଛି ଯେ ପୋଲିସ ପ୍ରଶାସନ ଏବେ ଆଇନଶୃଙ୍ଖଳା ରକ୍ଷା ପାଇଁ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ। ଏହା ସହିତ, ଏହି ଘଟଣା ଆନ୍ଦୋଳନର ଅସଲ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଅଧିକ ପଢନ୍ତୁ